Instruction

ପ୍ରାଚୀର ନିୟମାବଳୀ

  • “ପ୍ରାଚୀ” ଏକ ମାସିକ ଗବେଷଣାଧର୍ମୀ ISSN ସଂଯୁକ୍ତ ମାନକ Peer Reviewed ପତି୍କା ଅଟେ ।
  • “ପ୍ରାଚୀ” ର ସ୍ୱତନ୍ତ୍ର ଗବେଷଣା ବିଭାଗରେ ସାହିତ୍ୟ, ସମାଜ, ସଂସ୍କୃତି, କଳା, ଇତିହାସ,ନୃତତ୍ତ୍ୱ, ଦର୍ଶନ, ବିଜ୍ଞାନ ଆଦି ବିବିଧ ପ୍ରେକ୍ଷାର ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହୋଇଥାଏ ।
  • “ପ୍ରାଚୀ” ଯୁବପୀଢ଼ିଙ୍କର ଗବେଷଣାକୁ ଅଭିଜାତ ସର୍ମ୍ପନ୍ନ ଓ ସମୁନ୍ନତ କରିବା ପାଇଁ ନିଜର ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ସଂପ୍ରତି ଦଣ୍ଡାୟମାନ ହୋଇଛି ଏବଂ ଭବିଷ୍ୟତ ପାଇଁ ନୂତନ ରୂପରେଖ ମଧ୍ୟ ପ୍ରସ୍ତୁତ କରିଅଛି । ଲେଖାଗୁଡ଼ିକ ଗବେଷଣାର ଆଭିମୁଖ୍ୟ ଓ ସରଞ୍ଚନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରି ପ୍ରେରଣା କରିବାକୁ ସମସ୍ତଙ୍କୁ ଅନୁରୋଧ । ଗବେଷଣାତ୍ମକ ଆଲେଖ୍ୟର ଆଦର୍ଶ, ନିୟମ ଓ ମୂଲ୍ୟବୋଧ ପ୍ରତି ସଚେତନ ରହି ସର୍ବଦା ଗବେଷଣାର ମୌଳିକତାକୁ ଦୃଷ୍ଟିରେ ରଖି ଲେଖକମାନେ ନିଜର ଲେଖା ପ୍ରେରଣ କରନ୍ତୁ ଏବଂ ଅନୁଷଙ୍ଗ ସୂଚୀର ସଂଯୋଗ କରନ୍ତୁ ।
  • ସମାଜର ଦଳିତ ଓ ଅବହେଳିତମାନଙ୍କ ପାଇଁ ସ୍ୱର ଉଠେଇବା ଏହି ପତ୍ରିକାଟିର ଲକ୍ଷ୍ୟ । ଏହି ପତ୍ରିକାଟିରେ ଆବଶ୍ୟକସ୍ଥଳେ ଗଳ୍ପ, ଭ୍ରମଣ କାହାଣୀ, ପରିବେଶଜନିତ ଲେଖା ଓ କବିତା ପରିପ୍ରକାଶ କରାଯାଇଥାଏ ।
  • ପ୍ରାଚୀ ନୂତନ ଲେଖକ ଲେଖିକାମାନଙ୍କୁ ଅଗ୍ରାଧିକାର ଦେଇଥାଏ । ଲେଖାରେ ଯଦି ସମାଜ ପ୍ରତି କୌଣସି ବାର୍ତ୍ତାଥାଏ ତାହା ଏଥିରେ ପ୍ରକାଶ ପାଇବ । ଲେଖକଲେଖିକାମାନେ ‘ପ୍ରାଚୀ’ରେ ପ୍ରକାଶ ପାଇଁ ସେମାନଙ୍କ ହାତଲେଖା ବା କମ୍ପୁ୍ୟଟର ପ୍ରସ୍ତୁତ ପାଣ୍ଡୁଲିପି ପଠାଇବେ ।
  • ଲେଖାଟି କୌଣସି ଆକ୍ଷେପ ମୂଳକ ଏବଂ ଉଦେ୍ଦଶ୍ୟ ପ୍ରଣୋଦିତ ନହେବା ଆବଶ୍ୟକ । ଲେଖାଟି ପ୍ରକାଶ କରିବା ସମ୍ପାଦନା ମଣ୍ଡଳୀ ଉପରେ ନିର୍ଭର କରିଥାଏ । ଲେଖାଟି ପ୍ରକାଶ ପାଇବା ପରେ ଡାକ ଯୋଗେ ଲେଖକ ଲେଖିକାଙ୍କୁ ଜଣାଇ ଦିଆଯିବ ।
  • ପ୍ରାଚୀକୁ ପଠାଇଥିବା ଲେଖାଗୁଡିକୁ ଫେରାଇବାର କୌଣସି ସୁବିଧା ନାହିଁ । ତେଣୁ ଲେଖକ ଲେଖିକାମାନେ ନିଜର ପାଖରେ ନିଜ ପାଣ୍ଡୁଲିପିର ନକଲଟିଏ ରଖିବା ଆବଶ୍ୟକ । ଲେଖକ ଲେଖିକାମାନେ ନିଜ ଲେଖା ସହ ଗୋଟିଏ ରଙ୍ଗିନ୍ ପାସ୍ପୋର୍ଟ ଫଟୋ ପଠାଇବାକୁ ଅନୁରୋଧ ଏବଂ ଏକମାସ ପୂର୍ବରୁ ଲେଖାଟି ପହଞ୍ଚବା ଜରୁରୀ ।
  • କୌଣସି ଲେଖା ସମ୍ପର୍କରେ ଅନୁସନ୍ଧାନ ଡାକ ଯୋଗେ ଯୋଗାଯୋଗ କରାଯିବ । ପ୍ରାଚୀ ପତ୍ରିକା ପାଇଁ ପଠାଉଥିବା ଲେଖା ଗୁଡିକ ଏଇ ଠିକଣାରେ ପଠାଇବେ, ସମ୍ପାଦକ, ପ୍ରାଚୀ, ନିଳାଦ୍ରୀ ବିହାର, ନୂଆବଜାର, କଟକ, ଓଡିଶା, ପିନ୍-୭୫୩୦୦୪ କିମ୍ବା ପାଠକ ପାଠିକାମାନେ pracheepatrika@rediffmail.com ଯୋଗେ ସମ୍ପର୍କ ସ୍ଥାପନ କରିପାରିବେ । ଲେଖା ଗୁଡ଼ିକ ପେଜ୍ ମେକର ଫରମାଟ, ଆକୃତି ସାରଳା ଫଣ୍ଟରେ ଟାଇପ କରି ଦେବାକୁ ଅନୁରୋଧ ନଚେତ୍ ଲେଖା ଗ୍ରହଣଯୋଗ୍ୟ ହେବନାହିଁ ।