About Journal
ପ୍ରାଚୀ’ର କଲମ
ଜୀବନର ପରିଭାଷା ହେଉଛି ସାହିତ୍ୟ, ସୃଜନଶୀଳତା ଓ ବାସ୍ତବତା ନଥିଲେ ସାହିତ୍ୟ ବା ସଂସ୍କୃତି ଉକ୍ରର୍ଷ ଲାଭ କରିପାରେନା । ସାହିତ୍ୟର କ୍ରମ ବିବର୍ତ୍ତନ ଅଛି । ଏହି ବିବର୍ତ୍ତନ ଜୀବନର ପରିବର୍ତ୍ତନ ସହିତ ସଂଶ୍ଲିଷ୍ଟ । ସାହିତ୍ୟକୁ ବୁଝିବାକୁ ହେଲେ ଆବଶ୍ୟକତା ପଡେ ପ୍ରୟାସର । ପ୍ରୟାସ ହେଉଛି ଜାଣିବାର ବୁଝିବାର ପ୍ରକୃଷ୍ଟ ମାଧ୍ୟମ । ସ୍ୱତଃସ୍ଫୁର୍ତ୍ତଭାବେ ମନଗହନରୁ ଭାସିଆସି ଲୋକମନକୁ ରଂଜିତ କରିପାରିଲେ ସାହିତ୍ୟ ସାର୍ଥକତା ପାଇଥାଏ । ସାହିତ୍ୟ ହେଉଛି ସମୁଦ୍ରପରି ଅପରିସୀମ ଓ ପରିବ୍ୟାପ୍ତ । ବିଭିନ୍ନ ରତ୍ନରେ ରତ୍ନଗର୍ଭା ମହାରଣ୍ୟ ପରି ସେ ଗଳ୍ପ, କବିତା, ନାଟକ, ପ୍ରବନ୍ଧ ରୂପକ ବୃକ୍ଷରାଜିରେ ପରିପୂର୍ଣ୍ଣ । ସ୍ରଷ୍ଟାର ଭାବ ଓ ଚେତନା ଉଭୟ ନିବିଡ ଭାବରେ ଛନ୍ଦାଛନ୍ଦି ହୋଇ ରହିଥାନ୍ତି । ଉଭୟ ଜଗତରୁ ଉପାଦାନ ସଂଗ୍ରହ କରାଯାଏ । ଯାହାକେବଳ ଭୌତିକ ଜଗତରୁ ସଂଗ୍ରହ କରାଯାଇ ପାରେନା । ତା’ର ସୃଷ୍ଟି ସମୁଦ୍ରର ଢେଉଭଳି ଶତଛନ୍ଦ ଭରା ଜହ୍ନୁଆ ଆକାଶ ଭଳି ସ୍ନିଗ୍ଧ ଓ ପ୍ରାଞ୍ଜଳ । ଛାଇ ଯେପରି ବସ୍ତୁର ସ୍ଥିତିକୁ ସୂଚାଇ ଦିଏ, ସ୍ରଷ୍ଟାର ସୃଷ୍ଟି ସୂଚାଇ ଦିଏ ସମାଜର ବ୍ୟକ୍ତିର ମନ ଆଉ ଭାବନାର ସ୍ଥିତିକୁ । କେହି କେବେ ଜନ୍ମରୁ ସ୍ରଷ୍ଟା ହୋଇନଥାଏ । ସାଧନା ଓ ପ୍ରୟାସର ମହାମିଳନରେ ଜଣେ ସ୍ରଷ୍ଟା ସଫଳରୂପାୟିତ ହୋଇଥାଏ । ସୃଜନଶୀଳତାର ଦ୍ୱିତଳ ପ୍ରାସାଦରେ ନିଜକୁ ହଜାଇ ସ୍ରଷ୍ଟା ସମାଜକୁ, ଦେଇଥାଏ ନୂତନ ସାହିତ୍ୟ, ଜୀବନର ସତ୍ୟ ଓ ବାସ୍ତବତାକୁ ସାହିତ୍ୟ କେବଳ ପ୍ରକାଶ କରେ ନାହଁ, ଅଧିକନ୍ତୁ ଜୀବନକୁ ସତ୍ୟାଶ୍ରୟୀ ଓ ବାସ୍ତବ ବାଦୀ ହେବାକୁ ଶିକ୍ଷାଦିଏ ।ମଣିଷର ହୃଦୟ ପ୍ରେମର ହୃଦୟ । ଯେତେବେଳେ ମାନବର ପ୍ରାଣସିନ୍ଧୁରେ ସୃଷ୍ଟିହୁଏ ସେବାର କଲ୍ଲୋଳ, ସେତେବେଳେ ମାନବର ହୃଦୟ ହୋଇଯାଏ ପ୍ରସାରିତ । ବିଶ୍ୱପ୍ରେମର ମନ୍ତ୍ରରେ ସେ ହୋଇଯାଏ ଅଭିମନ୍ତ୍ରିତ । ଭୁଲିଯାଏ ନିଜ ଜୀବନର ମାୟା ଓ ମମତା । ଦୀନ, ଦୁଃଖୀ, ରଙ୍କୀ, ଦଳିତ ନିଷ୍ପେସିତ ଆର୍ତ୍ତଚିକ୍ରାର ତା’ର ବ୍ୟଥାବିଦ୍ଧ ପ୍ରାଣରେ ସୃଷ୍ଟିକରେ ସେବାର କଲ୍ଲୋଳ । ମାନବ ହେଉଛି ଭଗବାନଙ୍କର ଅମୂଲ୍ୟ ସୃଷ୍ଟି । ପ୍ରକୃତିକୁ ଉପଭୋଗ କରିବାକୁ ସ୍ରଷ୍ଟା ସୃଷ୍ଟି କଲେ ମାନବ । ମାତ୍ର ନିଜର ସୁଖ ସୁବିଧା ନିମିତ୍ତ ମାନବ ପ୍ରକୃତିକୁ ଧ୍ୱସ୍ତବିଧ୍ୱସ୍ତ କଲା । ପ୍ରକୃତି ଏବେ ବିନାଶର ଦ୍ୱାରରେ । ଏହି ମାନବ ଓ ପ୍ରକୃତିର ରକ୍ଷା ନିମିତ୍ତ ଆମର ସଂସ୍ଥା ସଂକଳ୍ପ ବଦ୍ଧ । ଅନନ୍ତ ସମୟର ଉତ୍ଥାନ ପତନ ସହ ଜଡିତ ଆମ ପତ୍ରିକା ‘ପ୍ରାଚୀ’ ର ଆଗାମୀ ଅର୍ଘ୍ୟ ପ୍ରକାଶ ପାଇବାକୁ ଯାଉଛି । ପ୍ରାଚୀର ଅର୍ଥ ପୂର୍ବଦିଗ । ପୂର୍ବଦିଗର ଉଦିତ ସୂର୍ଯ୍ୟ ପରି ‘ପ୍ରାଚୀ’ ଓଡ଼ିଆ ଭାଷା ସାହିତ୍ୟ ଆକାଶରେ ସୂର୍ଯ୍ୟ ରୂପେ ପ୍ରତିଭାତ ହେଉ ଏହାହିଁ ଆଶା । ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଶାର ବାଣୀଭଣ୍ଡାର ବୀଣାକୁ ଝଂକୃତ କରିଥିବା କିଛି ସ୍ରଷ୍ଟାଙ୍କ ରୁଦ୍ଧିମନ୍ତ ସୃଷ୍ଟିକୁ ନେଇ ‘ପ୍ରାଚୀ’ର ଜନ୍ମ, ବାଗ୍ ଭୂଷଣରେ ଭୂଷିତ ଏହି ଶବ୍ଦ ସମ୍ରାଟମାନେ ଏକ ନୂତନ ଯୁଗର ଆହ୍ୱାନରେ ଶବ୍ଦ ଶଙ୍ଖର ଧ୍ୱନି ନାଦ କରିଛନ୍ତି । ସମଗ୍ର ଓଡ଼ିଶାବାସୀ ଭାଇ ଓ ଭଉଣୀମାନଙ୍କର ଶୁଭେଚ୍ଛା ଓ ଶୁଭକାମନାକୁ ନେଇ ‘ପ୍ରାଚୀ’ ସାରା ଓଡ଼ିଶାରେ ପାଠକୀୟ ଆଦୃତି ଲାଭକରିବ ବୋଲି ଆଶା ।
ପ୍ରାଚୀ ଏକ ସଂସ୍କୃତି ଓ ସଂସ୍କାର । ଏହା ଏକ ପ୍ରବାହ ଓ ପରିବର୍ତ୍ତନର ମୂଳ ଉତ୍ସ । ପ୍ରାଚୀ ସମାଜର ଭାବବିନ୍ଦୁ । ଏହା ଏକ ଅନ୍ତଃସ୍ରୋତା ଫଲ୍ଗୁ । ପ୍ରାଚୀ ସୃଷ୍ଟିର ଜୀବନୀ ଶକ୍ତିକୁ ଯୁଗେ ଯୁଗେ ସଞ୍ଜୀବିତ କରିଆସିଛି । ଏହା ଜନନୀ ରୂପେ କଲ୍ୟାଣମୟୀ, ମମତାମୟୀ ପୁଣି କରୁଣା , ଆଶୀର୍ବାଦ, ତ୍ୟାଗର କଲ୍ୟାଣମୟ ଅଭିବ୍ୟକ୍ତି । ପ୍ରାଚୀ ଏକ ସୁନ୍ଦର, କୋମଳ, ସରଳ, ପବିତ୍ର, ଶାନ୍ତ, ଧୀର, ସ୍ଥିର, ଭଦ୍ର, ନମ୍ର ଓ ଚିତ୍ତଆହ୍ଲାଦଦାୟୀ ନାମଟିଏ । ଏହା ଏକ ଚିନ୍ମୟ ସତ୍ତା । ଏହା ପ୍ରାଚ୍ୟ ସଂସ୍କୃତିର ଅତିହ୍ୟ ବିମଣ୍ଡିତ ବାଙ୍ମୟ । ଏହା ଜୀବନ୍ତ ଓ ଜୀବନଦାୟୀ ଜୀବନବୋଧ । ପ୍ରାଚୀର ପରମ ଓ ଚରମ ସାର୍ଥକତା ହେଉଛି ଆଦର୍ଶ ଓ ସମାଜର କଲ୍ୟାଣ ସାଧନ । ପ୍ରାଚୀର ଏକ ଲୋଭନୀୟ, କମନୀୟ ଓ ମଧୁର ରୂପ ପ୍ରକଟିତ ହୁଏ ତା’ର ସ୍ୱର୍ଗୀୟ ପ୍ରେମରେ । ତା’ର ପ୍ରେମ ଓ ମମତାରେ ସାମାଜିକ ଜୀବନ ଭଗବତ୍ ଆଶୀର୍ବାଦ ଯୁକ୍ତ । ସେ ପୁଣି ସ୍ନେହମୟୀ ଓ ସମାଜର ହୃତ୍ପିଣ୍ଡ । ଆମ ସମାଜ ଓ ସଭ୍ୟତାର ଆଦ୍ୟ ଉନ୍ମେଷ କାଳରୁ ପ୍ରାଚୀର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମାଜରୁ କୁସଂସ୍କାରକୁ ଦୂରକରି ସମାଜର କଲ୍ୟାଣ କରିବା ପ୍ରାଚୀର ଧର୍ମ । ତେଣୁ ‘ପ୍ରାଚୀ’ ର ସୃଷ୍ଟି ସମାଜରେ ଅବହେଳିତମାନଙ୍କ ପାଇଁ ସ୍ୱର ଉତ୍ତଳନ କରିବା । ପ୍ରାଚୀ ପତ୍ରିକାଟି କଥା କହିପାରୁନଥିବା ମାନବ ଓ ମାନବୋତରମାନଙ୍କ ପାଇଁ ଏକ ଆଶାର କିରଣ ସୃଷ୍ଟି କରିବ, ଏଥିରେ ସନେ୍ଦହ ନାହିଁ । ବାସ୍ତବତାକୁ ଗଳ୍ପ ଆକାରରେ ପରିପ୍ରକାଶ କରିବା ଆମର ମୂଳ ଲକ୍ଷ୍ୟ । ଗୋଟିଏ ବାସ୍ତବ ଚରିତ୍ରର ହୃଦୟ ଆବେଗକୁ ନେଇ ସମାଜରେ ସଚେତନତା ସୃଷ୍ଟି କରି ସମାଜକୁ ସୁସ୍ଥ, ସବଳ କରିବାର ଲକ୍ଷ୍ୟନେଇ ପ୍ରାଚୀ ଆଗେଇ ଚାଲିଛି । ପ୍ରାଚୀର ଆତ୍ମାରେ ୧୨ଟି ସମ୍ବେଦନଶୀଳ ହୃଦୟୋଚ୍ଛ୍ୱାସ ରହିଛି ।
• ମୁଁ ଗାଁ ମୁଣ୍ଡ ବୁଢ଼ା ବରଗଛ କହୁଛି । ମୁଁ ଜନ୍ମରୁ ମଣିଷର ସେବାରେ ଅଛି । କିନ୍ତୁ ଆଜି ମନୁଷ୍ୟ ତା’ର ସୁବିଧା ପାଇଁ ମୋ ବାର୍ଦ୍ଧକ୍ୟରେ ମୋ ସାଙ୍ଗରେ ନରହି, ମତେ କାଟି ତାର ଗର୍ବକୁ ଚରିତାର୍ଥ କରୁଛି । ……..
• ମୁଁ ଲତାଟିଏ ହେଲେ ବି, ମୋ ପତ୍ରରେ ଥିବା ଗୁଣରେ ଅନେକ ଉପକୃତ ହୋଇଥାନ୍ତି ଏବଂ ମୋ ଫଳକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ କିନ୍ତୁ ଆଜି ମୁଁ ଅବହେଳିତ କାରଣ, ମତେ ବଞ୍ଚôରହିବା ପାଇଁ ………
• ମୁଁ ମହାନଦୀ, ମୋ ବକ୍ଷରେ ଅନେକ ପରିମାଣରେ ଜଳ ଅଛି । ସୃଷ୍ଟିର ଆରମ୍ଭରେ ଜଳର ଆବଶ୍ୟକତା ରହି ଆସିଛି । ମୋ ଜଳରେ ସଂସାରର ଆରମ୍ଭ ହେଇଥାଏ କିନ୍ତୁ ସେ ଜଳକୁ ବିଷାକ୍ତ କରି ………
• ମୁଁ ମଳୟ ପବନ କହୁଛି । ସକାଳୁ ସକାଳୁ ମୋର ପ୍ରବାହରେ ପୃଥିବୀ ଉପରେ ଶାନ୍ତି ପ୍ରତିଷ୍ଠା ହେଇଥାଏ ।
• କିନ୍ତୁ ପ୍ରଦୂଷଣ ଆଜି ମତେ ……….
• ମୁଁ ବୁଢ଼ା ବଳଦ କହୁଛି, ଆମ ପରିବାରର ପୀଢ଼ି ପରେ ପୀଢ଼ି ମଣିଷ ସେବାରେ ଲାଗିଥାନ୍ତି । ମୋ ପରି ଅନେକ ଜୀବଜନ୍ତୁ ଏହି ଦୁନିଆରେ ଅଛନ୍ତି । ସେମାନେ ପ୍ରକୃତିରେ ସ୍ଥିରତା ରକ୍ଷା କରିଥାନ୍ତି କିନ୍ତୁ ଦିନକୁ ଦିନ ବହୁତ ଜୀବ ପ୍ରାୟ ବିଲୁପ୍ତ, ବୁଝି ପାରେନା…….
• ମୁଁ ଗୋଟିଏ ଟିକି ଚଢ଼େଇ, ସକାଳୁ, ସକାଳୁ ମୋ ଚେଁ ଚେଁ ଶବ୍ଦରେ ପ୍ରକୃତି ମାତା ଆଖି ଖୋଲିଥାଏ । ଆଜି ପରିବେଶ ପ୍ରଦୂଷଣ ପାଇଁ ଆମ ଜାତିର ଅନେକ ପକ୍ଷୀ ପା୍ରୟ ବିଲୁପ୍ତ, ଏଥିପାଇଁ ଦାୟୀ କିଏ ? ମୋ ଛୋଟ ମୁଣ୍ଡରେ ଏହାର କଳନା କରିପାରେନା …… ….
• ମୁଁ ମନି ପୋଇଲି । ମୁଁ ଗୋଟିଏ ମଣିଷ, ମୋର ଗୋଟିଏ ନାଁ ଅଛି କିନ୍ତୁ, ମୋ ନାଁ ପରେ ମୋ ସାଙ୍ଗିଆ ପୋଇଲି ଡକା ହୁଏ । ପେଟ ପାଇଁ କାମକରେ କିନ୍ତୁ ବୁଝି ପାରେନା, ଏତେ କାମ କରିସାରିଲା ପରେ ମଧ୍ୟ ମୋ ଉପରେ ଅତ୍ୟାଚାର ହୁଏ କାହିଁକି ………..
• ମୋ ନାମ ମକରା ପାଗଳ । ‘ପାଗଳ’ ଶବ୍ଦଟି ମୋର ପିତୃଦତ୍ତ ନୁହେଁ, ସମାଜ ମତେ କାହିଁକି କେଜାଣି ଏହି ପାଗଳ ଶବ୍ଦଟି ଲଦି ଦେଇ ମତେ ଅଣନିଃଶ୍ୱାସୀ କରିଦେଉଛି । ମୁଁ ଜାଣେନା ………
• ମୁଁ ଛୋଟା ହେଲେ ମଧ୍ୟ ମୁଁ ତ ମୋର ସବୁକାମ ଠିକ୍ ଠିକ୍ କରୁଛି । ତା ହେଲେ, ମତେ ସମାଜର ଗୋଡ଼ଥିବା ଲୋକମାନେ କାହିଁକି ନୁ୍ୟନ ଦୃଷ୍ଟିରେ ଦେଖନ୍ତି, ଏହାର କାରଣ କ’ଣ ହୋଇ ……..
• ବିଧାତାର ବିଧାନ ସ୍ୱାମୀ ଚାଲିଗଲା, ମୁଁ ବିଧବା ହେଲି, ଏଥିପାଇଁ ମୁଁ ହେଲି ଦାୟୀ, ସମାଜରେ ମୁଁ ଡାହାଣୀ, ଘରେ ବାହାରେ ଖାଲି ଛି, ଛି, ଆଉ କେତେ ଦିନ ……..
• ମୁଁ ପରା ଚୁଇଁ, ଆମ ବାବୁଘରେ ସମସ୍ତଙ୍କର ଆପଣାର, ଟିକେ ଭୁଲ୍ କଲେ , କଥା ବଡ ହୁଏ । ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପଚାରନ୍ତି ଏବଂ କୈଫତ୍ ମାଗନ୍ତି, ଟିକେ ଭୁଲ ପାଇଁ ଏତେ କଥା ……..
• ମୁଁ ଦିନହୀନ ଗୋବିନ୍ଦ, ମୋର ଦାଣ୍ଡରୁ ଆଣିଲେ ହାଣ୍ଡିରେ ପଡ଼େ । ମାଗିବା ବ୍ୟତୀତ ମୋର ଅନ୍ୟଉପାୟ ନାହିଁ । ଘରେ ପୁଣି ରୋଗିଣା ମା’, ଅନ୍ୟଲୋକଙ୍କର ବଳକା ଖାଇ ଖାଇ ମୋ ପେଟ ଚାଖଣ୍ଡଟା ପୁରଣ କରିଥାଏ । ସେଥିପାଇଁ ମତେ ସମସ୍ତେ ହାଁଉଆ ବୋଲି ଡାକି ଥାନ୍ତି । ଭାରି ଇଛା ହୁଏ ପେଟଭରି ଖିରି, ଆରିଶା ଖାଇବା ପାଇଁ ଅପେକ୍ଷାକରେ ସମୟକୁ, ସମୟ ଆସିବ ……
