Abstract

କ୍ଷୁଦ୍ରଗଳ୍ପର ପ୍ରାରମ୍ଭ ଯେପରି ଆକସ୍ମିକ ହୋଇଥାଏ, ତା’ର ସମାପ୍ତି ମଧ୍ୟ ସେହିପରି ଆବେଗପୂର୍ଣ୍ଣ ଓ ଅସମାପ୍ତ ରହିଥାଏ । ସେଠାରେ ବସ୍ତୁତଃ ଜୀବନର ଏକ ଦ୍ୱନ୍ଦ୍ୱମୟ ମୁହୂର୍ତ୍ତଟି ଏକ ବିଶେଷ ଚରିତ୍ରର ଅବଲମ୍ୱନରେ ଏପରି ନାଟକୀୟତା ସୃଷ୍ଟିକରେ । ଯାହା କ୍ଷୁଦ୍ରଗଳ୍ପର ଶୈଳୀକୁ ସାର୍ଥକ କରିବା ସଂଗେ ସଂଗେ ତା’ର ସମଗ୍ର ଅନୁଭୂତି ଓ ଆବେଦନକୁ ମଧ୍ୟ ରସାଣିତ କରିଦିଏ । ତେବେ କ୍ଷୁଦ୍ରଗଳ୍ପରେ ଏ ନାଟକୀୟତା ଅନେକ ସମୟରେ ଶୈଳୀଗତ । ଫଳରେ ଦ୍ୱନ୍ଦ୍ୱ, ଉତ୍କଣ୍ଠା, ବିସ୍ମୟ ନାନା ଭାବରେ, ନାନା ପରିସ୍ଥିତିରେ ସୃଷ୍ଟି ହୋଇଥାଏ ଏବଂ ଏହା ଗଳ୍ପକୁ ଅଶେଷ ଉତ୍କଣ୍ଠାରେ ଭରିଦିଏ । ଗଳ୍ପଟିର ପ୍ରବାହ ଭିତରେ ବେଳେବେଳେ ଆଶାତୀତ ଏକ ଏକ ଘଟଣା ଘଟେ ଏବଂ ତାହା ହିଁ ଗଳ୍ପଟିକୁ ନାଟକୀୟ ମୋଡ଼ ଦେଇଥାଏ । ଗାଳ୍ପିକ ଅଖିଳମୋହନ ପଟ୍ଟନାୟକଙ୍କ ଗଳ୍ପରେ ପାଠକ ନାଟକୀୟତାର ସ୍ୱର ଆମେ ଅନେକାଂଶରେ ଗୁଞ୍ଜରିତ ହେଉଥିବାର ଅନୁଭବ କରିଥା’ନ୍ତି ।

Similar Posts

  • Abstract

    ଗୋଟିଏ ଅଣ୍ଡିରା ଦନ୍ତା-ହାତୀ ବି ହୋଇପାରେ ଏକ ଉପନ୍ୟାସର ନାୟକ । ଚହଳ ପକେଇଦେଇପାରେ ସମଗ୍ର ଓଡ଼ିଶା । ବଣ୍ୟ-ପଶୁ ହେଲେ ବି ହତ୍ୟାକରୀ ଭାବେ ଯାହା ବିରୁଦ୍ଧରେ ଚାଲେ ମକଦ୍ଦମା । ସେହିଭଳି ଏକ ପର୍ଯ୍ୟାବରଣଭିତ୍ତିକ ଉପନ୍ୟାସ ହେଉଛି ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ‘ମିଷ୍ଟର ଖେରସେଲ୍'( 2012)। ରାଧାମୋହନ ମହାପାତ୍ରଙ୍କୁ ଓଡ଼ିଶାର ଜିମ୍ କରବେଟ୍ ବୋଲି ଅଭିହିତ କରାଯାଇପାରେ । ଯିଏ ଓଡିଶାର ନିସର୍ଗ ଆରଣ୍ୟକୁ ଏଵଂ ବଣ୍ୟ-ପ୍ରାଣୀଙ୍କୁ ରୂପ ଦେଇଛନ୍ତି ତାଙ୍କର ସୃଷ୍ଟି ଭିତରେ…

  • Abstract

    ମହୁର ଔଷଧୀୟ ଗୁଣ େଯପରି ଆମର ଜୀବନ ରକ୍ଷା କରିପାରେ, ମହୁମାଛିର ଦଂଶନ ସ୍ଥଳ ବିଶେଷରେ ଆମର ଜୀବନ ନେଇପାରେ । ସେମାନେ ନୀତିନିୟମ ମାନି ସାମାଜିକ ଜୀବ ଭାବରେ ରହନ୍ତି ଏବଂ ତାଙ୍କ ପ୍ରତି ବିପଦ ଆସିଲେ ସଙ୍ଗବଦ୍ଧ ହୋଇ ଶତ୍ରୁକୁ ଆକ୍ରମଣ କରନ୍ତି । ତେଣୁ ସେମାନେ ଆକାରରେ କ୍ଷୁଦ୍ରଜୀବ ହେଲେ ବି ସେମାନଙ୍କର ସାହସିକତା ଉଲ୍ଲେଖନୀୟ । ଆକ୍ରମଣ କରିବା ସମୟରେ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରର ବିଶେଷ ଗଠନ ଶତ୍ରୁକୁ ଅଧିକ…

  • Abstract

    ଆତ୍ମଜୀବନୀ ହେଉଛି ନିଜେ ନିଜକୁ ଲେଖିବା. ସ୍ୱୟଂ ଲେଖକ ହିଁ ଏହାର ବିଷୟବସ୍ତୁ ବା କେନ୍ଦ୍ରବିନ୍ଦୁ. ଲେଖକର ଜୀବନ, ତାର ସ୍ୱର, ସଂପର୍କ, ସ୍ମୃତି, ଅନୁଭୂତି ସବୁକିଛି ସମ୍ମିଳିତ, ସମନ୍ୱିତ ହୋଇଥାନ୍ତି ଆତ୍ମଜୀବନୀରେ. କହିବାକୁ ଗଲେ, ଏହା ଏକପ୍ରକାର ସ୍ବୀକାରୋକ୍ତି ନିଜ ସମ୍ପର୍କରେ. ମାତ୍ର ଲେଖକର ବ୍ୟକ୍ତିଗତ ଜୀବନ ଓ ତାର ବଂଶ-ପରମ୍ପରା, ସମାଜ ଓ ସେ ସାମ୍ନା କରିଥିବା ପରିସ୍ଥିତି ବା ପରିବେଶରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରି ନ ଥାନ୍ତି . ଏ ସବୁର ପ୍ରଭାବ…

  • Abstract

    ମୁଣ୍ଡା ଜନଜାତି ଝାରଖଣ୍ଡର ତୃତୀୟ ବୃହତ ଜନଜାତି। ପ୍ରବନ୍ଧଟିରେ ମୁଣ୍ଡା ଜନଜାତିଙ୍କ ସଂସ୍କୃତି, ରୀତି ନୀତି,ଚାଲି ଚଳଣି, ସାମାଜିକ ବିଧି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ତତ୍ ସହିତ ମୁଣ୍ଡା ଜନଜାତିଙ୍କ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାରେ ଗ୍ରାମର ମୁଖ୍ୟ ପ୍ରଧାନଙ୍କ ଶାସନ ବ୍ୟବସ୍ଥାକୁ ଆଲୋଚନା କରାଯାଇଛି। ମୁଣ୍ଡା ମାନଙ୍କ ଉତ୍ପତ୍ତି ସମୟରେ ରହିଥିବା କିମ୍ବଦନ୍ତୀକୁ ମଧ୍ୟ ଆଲୋଚନା କରାଯାଇଛି। ପ୍ରଜାତି, ଭାଷା, ବାସସ୍ଥାନ, ଖାଦ୍ୟପେୟ ମଧ୍ୟ ଆଲୋଚନା କରାଯାଇଛି। ଜନଜାତିମାନଙ୍କ ସହ ସମ୍ୟକ ଆଲୋଚନା କରାଯାଇ ଏହି…

  • Abstract

    ଆଦିବାସୀମାନେ ସାମ୍ପ୍ରତିକ ସମାଜରେ ଜୀବନ ନିର୍ବାହ କରିବା ପାଇଁ ବିଭିନ୍ନ ସମସ୍ୟା ସହ ସଂଘର୍ଷ କରୁଛନ୍ତି I କେତେବେଳେ ଦାଦନ ତ କେତେବେଳେ ବିସ୍ଥାପନ ଆଉ କେତେବେଳେ ସନ୍ତ୍ରାସବାଦ ତ କେତେବେଳେ ଉପନିବେଶବାଦର ବାହୁଛାୟା ତଳେ ରହି ଶୋଷଣ କଷଣ ଆଉ ଅତ୍ୟାଚାରିତ ହୋଇଛି l ଏହି ସବୁ ସମସ୍ୟାକୁ ଭିତ୍ତିକରି ସାହିତ୍ୟିକମାନେ ସାହିତ୍ୟ ରଚନା କରିବାରେ ସିଦ୍ଧହସ୍ତ l ବିଶେଷତଃ ଓଡ଼ିଆ ନାଟକ ସାହିତ୍ୟରେ ଆଦିବାସୀ ମାନଙ୍କର ବହୁବିଧ ସମସ୍ୟା ଦେଖାଇବା ସହ ତାହାର ସମାଧାନର…

Leave a Reply

Your email address will not be published. Required fields are marked *