Abstract

ଆତ୍ମଜୀବନୀ ହେଉଛି ନିଜେ ନିଜକୁ ଲେଖିବା. ସ୍ୱୟଂ ଲେଖକ ହିଁ ଏହାର ବିଷୟବସ୍ତୁ ବା କେନ୍ଦ୍ରବିନ୍ଦୁ. ଲେଖକର ଜୀବନ, ତାର ସ୍ୱର, ସଂପର୍କ, ସ୍ମୃତି, ଅନୁଭୂତି ସବୁକିଛି ସମ୍ମିଳିତ, ସମନ୍ୱିତ ହୋଇଥାନ୍ତି ଆତ୍ମଜୀବନୀରେ. କହିବାକୁ ଗଲେ, ଏହା ଏକପ୍ରକାର ସ୍ବୀକାରୋକ୍ତି ନିଜ ସମ୍ପର୍କରେ. ମାତ୍ର ଲେଖକର ବ୍ୟକ୍ତିଗତ ଜୀବନ ଓ ତାର ବଂଶ-ପରମ୍ପରା, ସମାଜ ଓ ସେ ସାମ୍ନା କରିଥିବା ପରିସ୍ଥିତି ବା ପରିବେଶରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରି ନ ଥାନ୍ତି . ଏ ସବୁର ପ୍ରଭାବ ତାଙ୍କ ଜୀବନ ଉପରେ ଅବଶ୍ୟ ପଡ଼ିଥାଏ . ତେଣୁ ଆତ୍ମଜୀବନୀ ସାହିତ୍ୟ ସବୁଠି ଜୀବନ ସହିତ ସଂଶ୍ଳିଷ୍ଟ. ଏହି ଦୃଷ୍ଟିରୁ କବି ଭାବରେ ବିପୁଳ ଯଶର ଅଧିକାରିଣୀ ପ୍ରତିଭା ଶତପଥିଙ୍କ ଆତ୍ମଜୀବନୀ ‘ ଶୈଶବରୁ ସଂସାର ‘ ଏକ ଉଲ୍ଲେଖନୀୟ କୃତି. ଜଣେ ପ୍ରସିଦ୍ଧା କବୟିତ୍ରୀ ଭାବରେ ନିଜର କବିତା ମାଧ୍ୟମରେ ଅଙ୍ଗେ ନିଭାଇଥିବା ନାନା ଦୁଃଖ-କଷ୍ଟକୁ ଜଣେ ସାଧାରଣ ଓଡ଼ିଆଣୀ ଭାବରେ ଉପସ୍ଥାପିତ କରିଯାଇଛନ୍ତି ଆତ୍ମଜୀବନୀ ମାଧ୍ୟମରେ,ଯାହାକୁ ସମାଜରେ ଅଧିକାଂଶ ନାରୀ ସେମାନଙ୍କ ଦୈନନ୍ଦିନ ଜୀବନରେ ପ୍ରତ୍ୟେକଟି କ୍ଷେତ୍ରରେ ହୃଦୟଙ୍ଗମ କରୁଥିବେ.ଏହାହିଁ ଆଲୋଚନାର ଲକ୍ଷ୍ୟ ହୋଇଛି.

Similar Posts

  • Abstract

    କ୍ଷୁଦ୍ରଗଳ୍ପର ପ୍ରାରମ୍ଭ ଯେପରି ଆକସ୍ମିକ ହୋଇଥାଏ, ତା’ର ସମାପ୍ତି ମଧ୍ୟ ସେହିପରି ଆବେଗପୂର୍ଣ୍ଣ ଓ ଅସମାପ୍ତ ରହିଥାଏ । ସେଠାରେ ବସ୍ତୁତଃ ଜୀବନର ଏକ ଦ୍ୱନ୍ଦ୍ୱମୟ ମୁହୂର୍ତ୍ତଟି ଏକ ବିଶେଷ ଚରିତ୍ରର ଅବଲମ୍ୱନରେ ଏପରି ନାଟକୀୟତା ସୃଷ୍ଟିକରେ । ଯାହା କ୍ଷୁଦ୍ରଗଳ୍ପର ଶୈଳୀକୁ ସାର୍ଥକ କରିବା ସଂଗେ ସଂଗେ ତା’ର ସମଗ୍ର ଅନୁଭୂତି ଓ ଆବେଦନକୁ ମଧ୍ୟ ରସାଣିତ କରିଦିଏ । ତେବେ କ୍ଷୁଦ୍ରଗଳ୍ପରେ ଏ ନାଟକୀୟତା ଅନେକ ସମୟରେ ଶୈଳୀଗତ । ଫଳରେ ଦ୍ୱନ୍ଦ୍ୱ, ଉତ୍କଣ୍ଠା,…

  • Abstract

    ମହୁର ଔଷଧୀୟ ଗୁଣ େଯପରି ଆମର ଜୀବନ ରକ୍ଷା କରିପାରେ, ମହୁମାଛିର ଦଂଶନ ସ୍ଥଳ ବିଶେଷରେ ଆମର ଜୀବନ ନେଇପାରେ । ସେମାନେ ନୀତିନିୟମ ମାନି ସାମାଜିକ ଜୀବ ଭାବରେ ରହନ୍ତି ଏବଂ ତାଙ୍କ ପ୍ରତି ବିପଦ ଆସିଲେ ସଙ୍ଗବଦ୍ଧ ହୋଇ ଶତ୍ରୁକୁ ଆକ୍ରମଣ କରନ୍ତି । ତେଣୁ ସେମାନେ ଆକାରରେ କ୍ଷୁଦ୍ରଜୀବ ହେଲେ ବି ସେମାନଙ୍କର ସାହସିକତା ଉଲ୍ଲେଖନୀୟ । ଆକ୍ରମଣ କରିବା ସମୟରେ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରର ବିଶେଷ ଗଠନ ଶତ୍ରୁକୁ ଅଧିକ…

  • Abstract

    ମୁଣ୍ଡା ଜନଜାତି ଝାରଖଣ୍ଡର ତୃତୀୟ ବୃହତ ଜନଜାତି। ପ୍ରବନ୍ଧଟିରେ ମୁଣ୍ଡା ଜନଜାତିଙ୍କ ସଂସ୍କୃତି, ରୀତି ନୀତି,ଚାଲି ଚଳଣି, ସାମାଜିକ ବିଧି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ତତ୍ ସହିତ ମୁଣ୍ଡା ଜନଜାତିଙ୍କ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାରେ ଗ୍ରାମର ମୁଖ୍ୟ ପ୍ରଧାନଙ୍କ ଶାସନ ବ୍ୟବସ୍ଥାକୁ ଆଲୋଚନା କରାଯାଇଛି। ମୁଣ୍ଡା ମାନଙ୍କ ଉତ୍ପତ୍ତି ସମୟରେ ରହିଥିବା କିମ୍ବଦନ୍ତୀକୁ ମଧ୍ୟ ଆଲୋଚନା କରାଯାଇଛି। ପ୍ରଜାତି, ଭାଷା, ବାସସ୍ଥାନ, ଖାଦ୍ୟପେୟ ମଧ୍ୟ ଆଲୋଚନା କରାଯାଇଛି। ଜନଜାତିମାନଙ୍କ ସହ ସମ୍ୟକ ଆଲୋଚନା କରାଯାଇ ଏହି…

  • Abstract

    ଆଦିବାସୀମାନେ ସାମ୍ପ୍ରତିକ ସମାଜରେ ଜୀବନ ନିର୍ବାହ କରିବା ପାଇଁ ବିଭିନ୍ନ ସମସ୍ୟା ସହ ସଂଘର୍ଷ କରୁଛନ୍ତି I କେତେବେଳେ ଦାଦନ ତ କେତେବେଳେ ବିସ୍ଥାପନ ଆଉ କେତେବେଳେ ସନ୍ତ୍ରାସବାଦ ତ କେତେବେଳେ ଉପନିବେଶବାଦର ବାହୁଛାୟା ତଳେ ରହି ଶୋଷଣ କଷଣ ଆଉ ଅତ୍ୟାଚାରିତ ହୋଇଛି l ଏହି ସବୁ ସମସ୍ୟାକୁ ଭିତ୍ତିକରି ସାହିତ୍ୟିକମାନେ ସାହିତ୍ୟ ରଚନା କରିବାରେ ସିଦ୍ଧହସ୍ତ l ବିଶେଷତଃ ଓଡ଼ିଆ ନାଟକ ସାହିତ୍ୟରେ ଆଦିବାସୀ ମାନଙ୍କର ବହୁବିଧ ସମସ୍ୟା ଦେଖାଇବା ସହ ତାହାର ସମାଧାନର…

  • Abstract

    ଗୋଟିଏ ଅଣ୍ଡିରା ଦନ୍ତା-ହାତୀ ବି ହୋଇପାରେ ଏକ ଉପନ୍ୟାସର ନାୟକ । ଚହଳ ପକେଇଦେଇପାରେ ସମଗ୍ର ଓଡ଼ିଶା । ବଣ୍ୟ-ପଶୁ ହେଲେ ବି ହତ୍ୟାକରୀ ଭାବେ ଯାହା ବିରୁଦ୍ଧରେ ଚାଲେ ମକଦ୍ଦମା । ସେହିଭଳି ଏକ ପର୍ଯ୍ୟାବରଣଭିତ୍ତିକ ଉପନ୍ୟାସ ହେଉଛି ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ‘ମିଷ୍ଟର ଖେରସେଲ୍'( 2012)। ରାଧାମୋହନ ମହାପାତ୍ରଙ୍କୁ ଓଡ଼ିଶାର ଜିମ୍ କରବେଟ୍ ବୋଲି ଅଭିହିତ କରାଯାଇପାରେ । ଯିଏ ଓଡିଶାର ନିସର୍ଗ ଆରଣ୍ୟକୁ ଏଵଂ ବଣ୍ୟ-ପ୍ରାଣୀଙ୍କୁ ରୂପ ଦେଇଛନ୍ତି ତାଙ୍କର ସୃଷ୍ଟି ଭିତରେ…

Leave a Reply

Your email address will not be published. Required fields are marked *