News

  • Abstract

    ମହୁର ଔଷଧୀୟ ଗୁଣ େଯପରି ଆମର ଜୀବନ ରକ୍ଷା କରିପାରେ, ମହୁମାଛିର ଦଂଶନ ସ୍ଥଳ ବିଶେଷରେ ଆମର ଜୀବନ ନେଇପାରେ । ସେମାନେ ନୀତିନିୟମ ମାନି ସାମାଜିକ ଜୀବ ଭାବରେ ରହନ୍ତି ଏବଂ ତାଙ୍କ ପ୍ରତି ବିପଦ ଆସିଲେ ସଙ୍ଗବଦ୍ଧ ହୋଇ ଶତ୍ରୁକୁ ଆକ୍ରମଣ କରନ୍ତି । ତେଣୁ ସେମାନେ ଆକାରରେ କ୍ଷୁଦ୍ରଜୀବ ହେଲେ ବି ସେମାନଙ୍କର ସାହସିକତା ଉଲ୍ଲେଖନୀୟ । ଆକ୍ରମଣ କରିବା ସମୟରେ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରର ବିଶେଷ ଗଠନ ଶତ୍ରୁକୁ ଅଧିକ…

  • Abstract

    କ୍ଷୁଦ୍ରଗଳ୍ପର ପ୍ରାରମ୍ଭ ଯେପରି ଆକସ୍ମିକ ହୋଇଥାଏ, ତା’ର ସମାପ୍ତି ମଧ୍ୟ ସେହିପରି ଆବେଗପୂର୍ଣ୍ଣ ଓ ଅସମାପ୍ତ ରହିଥାଏ । ସେଠାରେ ବସ୍ତୁତଃ ଜୀବନର ଏକ ଦ୍ୱନ୍ଦ୍ୱମୟ ମୁହୂର୍ତ୍ତଟି ଏକ ବିଶେଷ ଚରିତ୍ରର ଅବଲମ୍ୱନରେ ଏପରି ନାଟକୀୟତା ସୃଷ୍ଟିକରେ । ଯାହା କ୍ଷୁଦ୍ରଗଳ୍ପର ଶୈଳୀକୁ ସାର୍ଥକ କରିବା ସଂଗେ ସଂଗେ ତା’ର ସମଗ୍ର ଅନୁଭୂତି ଓ ଆବେଦନକୁ ମଧ୍ୟ ରସାଣିତ କରିଦିଏ । ତେବେ କ୍ଷୁଦ୍ରଗଳ୍ପରେ ଏ ନାଟକୀୟତା ଅନେକ ସମୟରେ ଶୈଳୀଗତ । ଫଳରେ ଦ୍ୱନ୍ଦ୍ୱ, ଉତ୍କଣ୍ଠା,…

  • Abstract

    ଆତ୍ମଜୀବନୀ ହେଉଛି ନିଜେ ନିଜକୁ ଲେଖିବା. ସ୍ୱୟଂ ଲେଖକ ହିଁ ଏହାର ବିଷୟବସ୍ତୁ ବା କେନ୍ଦ୍ରବିନ୍ଦୁ. ଲେଖକର ଜୀବନ, ତାର ସ୍ୱର, ସଂପର୍କ, ସ୍ମୃତି, ଅନୁଭୂତି ସବୁକିଛି ସମ୍ମିଳିତ, ସମନ୍ୱିତ ହୋଇଥାନ୍ତି ଆତ୍ମଜୀବନୀରେ. କହିବାକୁ ଗଲେ, ଏହା ଏକପ୍ରକାର ସ୍ବୀକାରୋକ୍ତି ନିଜ ସମ୍ପର୍କରେ. ମାତ୍ର ଲେଖକର ବ୍ୟକ୍ତିଗତ ଜୀବନ ଓ ତାର ବଂଶ-ପରମ୍ପରା, ସମାଜ ଓ ସେ ସାମ୍ନା କରିଥିବା ପରିସ୍ଥିତି ବା ପରିବେଶରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରି ନ ଥାନ୍ତି . ଏ ସବୁର ପ୍ରଭାବ…

  • Abstract

    ମୁଣ୍ଡା ଜନଜାତି ଝାରଖଣ୍ଡର ତୃତୀୟ ବୃହତ ଜନଜାତି। ପ୍ରବନ୍ଧଟିରେ ମୁଣ୍ଡା ଜନଜାତିଙ୍କ ସଂସ୍କୃତି, ରୀତି ନୀତି,ଚାଲି ଚଳଣି, ସାମାଜିକ ବିଧି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ତତ୍ ସହିତ ମୁଣ୍ଡା ଜନଜାତିଙ୍କ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାରେ ଗ୍ରାମର ମୁଖ୍ୟ ପ୍ରଧାନଙ୍କ ଶାସନ ବ୍ୟବସ୍ଥାକୁ ଆଲୋଚନା କରାଯାଇଛି। ମୁଣ୍ଡା ମାନଙ୍କ ଉତ୍ପତ୍ତି ସମୟରେ ରହିଥିବା କିମ୍ବଦନ୍ତୀକୁ ମଧ୍ୟ ଆଲୋଚନା କରାଯାଇଛି। ପ୍ରଜାତି, ଭାଷା, ବାସସ୍ଥାନ, ଖାଦ୍ୟପେୟ ମଧ୍ୟ ଆଲୋଚନା କରାଯାଇଛି। ଜନଜାତିମାନଙ୍କ ସହ ସମ୍ୟକ ଆଲୋଚନା କରାଯାଇ ଏହି…

  • Abstract

    ଆଦିବାସୀମାନେ ସାମ୍ପ୍ରତିକ ସମାଜରେ ଜୀବନ ନିର୍ବାହ କରିବା ପାଇଁ ବିଭିନ୍ନ ସମସ୍ୟା ସହ ସଂଘର୍ଷ କରୁଛନ୍ତି I କେତେବେଳେ ଦାଦନ ତ କେତେବେଳେ ବିସ୍ଥାପନ ଆଉ କେତେବେଳେ ସନ୍ତ୍ରାସବାଦ ତ କେତେବେଳେ ଉପନିବେଶବାଦର ବାହୁଛାୟା ତଳେ ରହି ଶୋଷଣ କଷଣ ଆଉ ଅତ୍ୟାଚାରିତ ହୋଇଛି l ଏହି ସବୁ ସମସ୍ୟାକୁ ଭିତ୍ତିକରି ସାହିତ୍ୟିକମାନେ ସାହିତ୍ୟ ରଚନା କରିବାରେ ସିଦ୍ଧହସ୍ତ l ବିଶେଷତଃ ଓଡ଼ିଆ ନାଟକ ସାହିତ୍ୟରେ ଆଦିବାସୀ ମାନଙ୍କର ବହୁବିଧ ସମସ୍ୟା ଦେଖାଇବା ସହ ତାହାର ସମାଧାନର…

  • Abstract

    ଆଦିବାସୀ ମାନେ ସେମାନଙ୍କର ପାରମ୍ପରିକ ଜୀବନ ଧାରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ, ମାଟିପ୍ରତି  ସ୍ନେହ, ଶ୍ରଦ୍ଧା ଦେଖିବାକୁ ପାଉ। ଆଦବାସୀ ମାନଙ୍କର ଜୀବନ ଧାରା ଶୈଳୀ ଭିନ୍ନ ଓ ସ୍ଵତନ୍ତ୍ର ଅଟେ l ଓଡ଼ିଶାର ସଂସ୍କୃତି ସହିତ ଆଦିବାସୀ ମାନଙ୍କର ସଂସ୍କୃତି ଓତଃପ୍ରୋତଃ ଭାବେ ଜଡ଼ିତ । ଆଦିବାସୀ ମାନଙ୍କର ଭାଷା, ଧର୍ମଧାରଣ, ସଂସ୍କୃତି ଓ ଜୀବନ ଧାରାକୁ ଛାଡ଼ି ଦେଲେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ ଅପୂର୍ଣ୍ଣ ରହିଯିବ l ଓଡ଼ିଆ କ୍ଷୁଦ୍ର ଗଳ୍ପରେ ଆଦିବାସୀ…

  • Abstract

    ଗୋଟିଏ ଅଣ୍ଡିରା ଦନ୍ତା-ହାତୀ ବି ହୋଇପାରେ ଏକ ଉପନ୍ୟାସର ନାୟକ । ଚହଳ ପକେଇଦେଇପାରେ ସମଗ୍ର ଓଡ଼ିଶା । ବଣ୍ୟ-ପଶୁ ହେଲେ ବି ହତ୍ୟାକରୀ ଭାବେ ଯାହା ବିରୁଦ୍ଧରେ ଚାଲେ ମକଦ୍ଦମା । ସେହିଭଳି ଏକ ପର୍ଯ୍ୟାବରଣଭିତ୍ତିକ ଉପନ୍ୟାସ ହେଉଛି ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ‘ମିଷ୍ଟର ଖେରସେଲ୍'( 2012)। ରାଧାମୋହନ ମହାପାତ୍ରଙ୍କୁ ଓଡ଼ିଶାର ଜିମ୍ କରବେଟ୍ ବୋଲି ଅଭିହିତ କରାଯାଇପାରେ । ଯିଏ ଓଡିଶାର ନିସର୍ଗ ଆରଣ୍ୟକୁ ଏଵଂ ବଣ୍ୟ-ପ୍ରାଣୀଙ୍କୁ ରୂପ ଦେଇଛନ୍ତି ତାଙ୍କର ସୃଷ୍ଟି ଭିତରେ…