Abstract
ମୁଣ୍ଡା ଜନଜାତି ଝାରଖଣ୍ଡର ତୃତୀୟ ବୃହତ ଜନଜାତି। ପ୍ରବନ୍ଧଟିରେ ମୁଣ୍ଡା ଜନଜାତିଙ୍କ ସଂସ୍କୃତି, ରୀତି ନୀତି,ଚାଲି ଚଳଣି, ସାମାଜିକ ବିଧି ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ତତ୍ ସହିତ ମୁଣ୍ଡା ଜନଜାତିଙ୍କ ଗ୍ରାମ ପଞ୍ଚାୟତ ବ୍ୟବସ୍ଥାରେ ଗ୍ରାମର ମୁଖ୍ୟ ପ୍ରଧାନଙ୍କ ଶାସନ ବ୍ୟବସ୍ଥାକୁ ଆଲୋଚନା କରାଯାଇଛି। ମୁଣ୍ଡା ମାନଙ୍କ ଉତ୍ପତ୍ତି ସମୟରେ ରହିଥିବା କିମ୍ବଦନ୍ତୀକୁ ମଧ୍ୟ ଆଲୋଚନା କରାଯାଇଛି। ପ୍ରଜାତି, ଭାଷା, ବାସସ୍ଥାନ, ଖାଦ୍ୟପେୟ ମଧ୍ୟ ଆଲୋଚନା କରାଯାଇଛି। ଜନଜାତିମାନଙ୍କ ସହ ସମ୍ୟକ ଆଲୋଚନା କରାଯାଇ ଏହି ପ୍ରବନ୍ଧଟିକୁ ଉପସ୍ଥାପନ କରାଯାଇଛି। ମୁଁ ସେଠାରେ କାର୍ୟ୍ଯରତ ଥିବା ସମୟରେ ଏହି ପ୍ରବନ୍ଧଟିକୁ ପ୍ରସ୍ତୁତ କରିଅଛି। ମୋର ଉଦ୍ଦେଶ୍ଯ ଭାରତର କୋଣ ଅନୁକୋଣରେ ସ୍ଥିତ ଜନଜାତିମାନଙ୍କର ସଂସ୍କୃତିକୁ ଅଧ୍ୟୟନ କରିବା ସହ ମୌଳିକ ତଥ୍ଯ ଗୁଡ଼ିକୁ ଲୋକଲୋଚନକୁ ଆଣିବା।
