Abstract
ଆଦିବାସୀ ମାନେ ସେମାନଙ୍କର ପାରମ୍ପରିକ ଜୀବନ ଧାରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ, ମାଟିପ୍ରତି ସ୍ନେହ, ଶ୍ରଦ୍ଧା ଦେଖିବାକୁ ପାଉ। ଆଦବାସୀ ମାନଙ୍କର ଜୀବନ ଧାରା ଶୈଳୀ ଭିନ୍ନ ଓ ସ୍ଵତନ୍ତ୍ର ଅଟେ l ଓଡ଼ିଶାର ସଂସ୍କୃତି ସହିତ ଆଦିବାସୀ ମାନଙ୍କର ସଂସ୍କୃତି ଓତଃପ୍ରୋତଃ ଭାବେ ଜଡ଼ିତ । ଆଦିବାସୀ ମାନଙ୍କର ଭାଷା, ଧର୍ମଧାରଣ, ସଂସ୍କୃତି ଓ ଜୀବନ ଧାରାକୁ ଛାଡ଼ି ଦେଲେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟ ଅପୂର୍ଣ୍ଣ ରହିଯିବ l ଓଡ଼ିଆ କ୍ଷୁଦ୍ର ଗଳ୍ପରେ ଆଦିବାସୀ ସମାଜ, ପରମ୍ପରା, ସଂସ୍କୃତି ଓ ଜୀବନ ଚର୍ଯ୍ୟା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ।
